ଗୁଣିଗାରେଡି ସନ୍ଦେହରେ ଜଣେ ବୁଦ୍ଧଙ୍କୁ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍ : ଅନ୍ଧବିଶ୍ୱାସ ଯୋଗୁଁ ବିଭିନ୍ନ ସମୟରେ ଲୋକଙ୍କୁ ନିଜର ଜୀବନ ହାରିବାକୁ ପଡ଼ିୁଛି। କେତେବେଳେ ଅନ୍ଧବିଶ୍ୱାସର ବଶବର୍ତି ହୋଇ ଗୁଣିଗାରେଡିର ଶୀକାର ହୋଇ ଚିକିତ୍ସା କରାଇ ଶିଶୁଙ୍କ ଜୀବନ ଯାଉଥିବା ବେଳେ କେତେବେଳେ ଗୁଣିଆ କରି ହତ୍ୟା କରିଥିବା ସନ୍ଦେହ କରି ଗ୍ରାମବାସୀମାନେ ନିରୀହ ଲୋକକୁ ହତ୍ୟା କରୁଛନ୍ତି।

ପୁଣି ଜଣେ ବୃଦ୍ଧାୟଙ୍କୁ ଗୁଣିଗାରିଡି କରି ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରି ଗ୍ରାମବାସୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମାଲକାନଗିରି ଜିଲ୍ଲାର ନୂଆଗୁଡ଼ା ଗ୍ରାମରେ ଦେଖିବାକୁ ମିଳଛି। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ଜଣେ ଶିଶୁ ପୁତ୍ର ଓ ଶିଶୁ କନ୍ୟାଙ୍କର ଗତକିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା।

ଏହାପରେ ସଂପୃକ୍ତ ଗ୍ରାମର ୭୫ ବର୍ଷ ବୟସ୍କ ବୃଦ୍ଧ ଗଙ୍ଗା କବାସୀଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗଙ୍ଗାଙ୍କ ମୃତ୍ୟୁ ପାଇଁ ଗ୍ରାମର ଉରା ପଡ଼ିଆମି ଦାୟୀ ଓ ସେ ଗୁଣିଗାରିଡି କରି ଗ୍ରାମବାସୀଙ୍କୁ ହତ୍ୟା କରୁଥିବା ସନ୍ଦେହ କରି ମୃତ ଗଙ୍ଗାଙ୍କ ପୁତ୍ର ଦେବା କବାସୀ ଗ୍ରାମର ଉରାଙ୍କୁ ଟାଙ୍ଗିଆ ସାହାଯ୍ୟରେ ମୁଣ୍ଡରେ ପ୍ରହାର କରି ହତ୍ୟା କରିଥିଲା।

ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତକୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।