ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଜିଲ୍ଲାଫଟୋ By Nitidin Last updated Feb 18, 2020 Share ରାୟଗଡା,ଏନ୍ଏନ୍ଏସ୍ : ଜଣେ ୭୦ ବୟସ୍କା ବୃଦ୍ଧାଙ୍କୁ ଟାଙ୍ଗିଅରେ ହାଣି ହତ୍ୟା କଲା ଜଣେ ମାନସିକ ବିକାରଗସ୍ତ ଯୁବକ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଂଚାୟତ ଅନ୍ତର୍ଗତ ପାର୍ଲାପାଇ ଗାଁରେ। ସୂଚନା ମୁତାବକ, ପାର୍ଲାପାଇ ଗ୍ରାମର ଆପନା କାଣିକା ମୃତ ନିଲିଆ ପିଡିସିକାଙ୍କ ଘର ଆଗରେ ଏକ ଟାଙ୍ଗିଆ ଧରି ଠିଆ ହୋଇଥିଲା । ଭୋର ୫ ଟାରେ ନିଲିଆଙ୍କ ନାତୁଣି ଶୌଚ ପାଇଁ ଘରୁ ବାହାରକୁ ବାହାରିବା ସମୟରେ ଆପନାକୁ ଦେଖି ଭୟରେ ଘରେ ପସି ଭିତର ପଟୁ କବାଟ ଦେଇଦେଇଥିଲା । ଆପନା କବାଟ ବାଡ଼େଇବାରୁ ନଖୋଲିବାରୁ ରାଗରେ କବାଟ ଭାଙ୍ଗି ସାମ୍ନାରେ ଶୋଇଥିବା ୭୦ ବର୍ଷିୟା ମହିଳା ନିଲାଇ ପିଡ଼ିସିକାଙ୍କୁ ଟାଙ୍ଗିଆରେ ହାଣି ହତ୍ୟ କରିଥିଲା । ଘଟଣା ସଂପର୍କରେ ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଆପନାକୁ ଗିରଫ କରିବା ସହ ହତ୍ୟାକାଣ୍ଡର କାରଣ ସଂପର୍କରେ ତଦନ୍ତ କରୁଛି। ଏଥି ସହ ଅଭିଯୁକ୍ତ ଆପନା କାଣିକାକୁ ଗିରଫ କରିଛି। ପୋଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି। ତେବେ ବର୍ତମାନ ସୁଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଗାଁ ଲୋକଙ୍କ କହିବା କଥା ଆପନା ଜଣେ ଅର୍ଦ୍ଧପାଗଳ । ତାର ପାଗଳାମି ଉଠିଲେ ଏଭଳି ଗାଁରେ ଅନ୍ୟମାନଙ୍କୁ ମାରପିଟ କରେ । Share