ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ଗଜପତି,ଏନ୍ଏନ୍ଏସ୍ : ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍ଙ୍କୁ ହତ୍ୟା କରି କେହି ଦୁର୍ବୃତ ମୁଣ୍ଡ କଟି ନେଇ ଯାଇଥିବା ଘଟଣା ଚାଂଚଲ୍ୟ କେଳାଇଦେଇଛି। ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ । କେହି ଦୁର୍ବୃତ୍ତ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ କାଟି ନେଇଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଭାଲିଆ ସାହି ଗାଁ ପାଖ ଜଙ୍ଗଲରୁ ସମ୍ପୃକ୍ତ ବୃଦ୍ଧଙ୍କ ମୁଣ୍ଡବିହୀନ ମୃତଦେହକୁ ପୁଲିସ ଜବତ କରିଛି। ଏକ କଟୁରିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବୃଦ୍ଧଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।