ମଝିଆ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟଣା ବାପା ଓ ୨ ଭାଇଙ୍କୁ କୋର୍ଟ ଚାଳାଣ

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରେ ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ ଘଟଣାରେ ଦେବଗଡ ଥାନା ପୁଲିସ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣା ପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଣି ଭଣ୍ଡାର ଗ୍ରାମର ପବିତ୍ର ଶବରଙ୍କ ପରିବାରରେ ଗତ ରବିବାର ଦିନ ଆମ୍ବଗୁଣ୍ଡି ପର୍ବ ପାଳନ କରିଥିଲେ। ଅପରାହ୍ନ ୪ ଟା ସମୟରେ ପବିତ୍ର ଶବରଙ୍କ ମଝିଆ ପୁଅ ରୋହିତ ଶବର (୨୦) ତା ସ୍ତ୍ରୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ମଦ୍ୟ ପାନ ପାଇଁ ଟଙ୍କା ଦେବାକୁ ମନା କରିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବୋହୂ ସହ ପୁଅ ରୋହିତ ଗଣ୍ଡଗୋଳ କରୁଥିବା ଦେଖି ବାପା ପବିତ୍ର ପୁଅକୁ ଏଥିରୁ ବାରଣ କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ରୋହିତ ତାଙ୍କ ବାପା ପବିତ୍ରଙ୍କୁ ଏକ ଠେଙ୍ଗା ସହାଯ୍ୟରେ ଆକ୍ରମଣ କରିଥିଲେ। ବାପାକୁ ଠେଙ୍ଗାରେ ଆକ୍ରମଣ କରୁଥିବା ଦେଖି ବଡ ଭାଇ ସମ୍ଭାରୁ (୨୨) ରୋହିତଙ୍କୁ ପ୍ରତିରୋଧ କରିଥିଲେ । ମାତ୍ର ରୋହିତ ବଡ ଭାଇର କଥା ମାନିବା ପରିବର୍ତେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମ୍ବାରୁ ଗୁରୁତର ହୋଇ ପଡି ଥିଲେ । ପରିବାର ଲୋକେ ତାଙ୍କୁ ଘରେ ରଖି ଚିକିତ୍ସା କରୁଥିବା ବେଳେ ସୋମବାର ଦିନ ସମ୍ଭାରର ମୃତ୍ୟୁ ହୋଇଥିଲା ।

ମୃତ ଦେହକୁ ବାପା ପବିତ୍ର ଶବର,ରୋହିତ ଶବର ଓ ଅନ୍ୟ ଜଣେ ନାବଳକ ଗ୍ରାମ ନିକଟରେ ଥିବା ଲହଡିତଲ ପାହାଡ ନିକଟରେ ପୋତି ଦେଇଥିଲେ। ଏ ସମ୍ପର୍କରେ ଗତ ୧୬ ସୂଚନା ପାଇ ଲଇମୁରା ଫାଣ୍ଡି ପୁଲିସ ଏକ ହତ୍ୟା ମାମଲା ଋୁଜ୍ଜୁ କରିବା ସହ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ସାଇଂଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭକରିଥିଲା। ଆଜି ଉପରୋକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଜଣା ପଡିଛି ।