କଟକ, ଏନ୍ଏନ୍ଏସ୍ : ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜଗତପୁର ଥାନା ଅନ୍ତର୍ଗତ ପାଗା ଛକ ନିକଟରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଜଣେ ପାନ ବ୍ୟବସାୟୀଙ୍କୁ କେତେକ ଦୁବୃର୍ତ୍ତ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ କ୍ଷୀରୋଦ ଭୋଇ। ତାଙ୍କ ଘର ପାଗା ଲକ୍ଷ୍ମୀନାରାଣପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଜଗତପୁର ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଗା ହାଟ ନିକଟରେ କ୍ଷୀରୋଦଙ୍କର ଏକ ଦୋକାନ ରହିଛି। ଏହି ଦୋକାନ ବା କ୍ୟାବିନ୍ରେ ସେ ଗୋଟାପାନ ବ୍ୟବସାୟ କରନ୍ତି। ପାଗା ହାଟରେ ମଧ୍ୟ ସେ ବେପାର କରିଥାନ୍ତି। ଏହି କ୍ୟାବିନକୁ ଲାଗି ତାଙ୍କର ଏକ ଚାଳିଆ ଘର ରହିଛି। ପାଖରେ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିବା ସହ କ୍ଷୀରୋଦଙ୍କ ପୁଅ ମଦ ଦୋକାନ ନିକଟରେ ଫାଷ୍ଟଫୁଡ୍ ଦୋକାନ କରଛନ୍ତି। ତେବେ ବୁଧବାର ସକାଳେ କ୍ଷୀରୋଦଙ୍କ ଚାଳିଆ ଘର ଖଟିଆ ଉପରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପୂର୍ବ ରାତ୍ରିରେ କେତେକ ଦୁବୃର୍ତ୍ତ ଜଘନ୍ୟ ଭାବେ ମାରଣାସ୍ତ୍ର ଦ୍ୱାରା ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। କାରଣ ୫୧ ବର୍ଷ ବୟସ୍କ ଏହି ମୃତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତୀକ୍ଷ୍ଣ ଓ ଧାରୁଆ ମାରଣାସ୍ତ୍ର ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଖବର ପାଇ ଜଗତପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଥିଲେ।
ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିôବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ହେବା ସହ ଶରୀର ବିକୃତ ହୋଇଯାଇଛି। ତେଣୁ ନିଶାଶକ୍ତ ଅବସ୍ଥାରେ ଥିବା କିଛି ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍ ଅନୁମାନ କରୁଛି। ଅନ୍ୟ ପକ୍ଷରେ କ୍ଷୀରୋଦଙ୍କ ଦୋକାନ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟାପକ ଚୋରା ମଦ କାରବାର ହେଉଥିôବାରୁ ଅସାମାଜିକ ଯୁବକ ଆଡ୍ଡା ଜମାଉଛନ୍ତି। ତେଣୁ କୌଣସି କାରଣରୁ ସମ୍ପୃକ୍ତ ଅସାମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ ଏହି ହତ୍ୟାକାଣ୍ଡ ଘଟାଇଥିବା ମଧ୍ୟ ପୁଲିସ୍ ସନ୍ଦେହ କରୁଛି। ତେବେ ନିକଟରେ ରହିଥିବା ଲୁଗା ଦୋକାନ ଓ ବିଦେଶୀ ମଦ ଦୋକାନର ସିସି ଟିଭି ଫୁଟେଜକୁ ସଂଗ୍ରହ କରି ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ପୁଲିସ୍ ସୁଚନା ଦେଇଛି।