ଭୁବନେଶ୍ଵର ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା

ଭୁବନେଶ୍ଵର,ଏନ୍ଏନ୍ଏସ୍: ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ରାଜମହଲ-ଶିଶୁ ଭବନ ରାସ୍ତାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାପଡିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ କ୍ୟାପିଟାଲ ପୁଲିସ ଏହି ଅପରାଧରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ସହ ସାଧାରଣ କଥା ପରେ ଯୁକ୍ତିତର୍କ ବଢ଼ିଥିଲା। ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ହତ୍ୟାର କାରଣ ପାଲଟି ଥିବା କୁହାଯାଉଛି। ତେବେ ପୁଲିସ ପକ୍ଷରୁ ଏ ନେଇ କିଛି ସବିଶେଷ ତଥ୍ୟ ମିଳିପାରି ନାହିଁ।