ଯୁବକଙ୍କୁ ମାରି ଫିଙ୍ଗିଦେଲେ

କଣ୍ଟାବାଞ୍ଝି, ଏନ୍ଏନ୍ଏସ୍: ଭୁଲୁପଡା-ବେଲପଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଡ଼ପିଛି। ମୁଁହରେ ପ୍ରବଳ ମାଡ ହୋଇଥିବାରୁ ରକ୍ତ ବାହାରୁଛି। ଭୋଜିଥିବା କହି ଗତକାଲି ଘରୁ ବାହାରି ଯାଇଥିଲେ। ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଭାଲୁମୁଣ୍ଡା-ବେଲପଡା ରାସ୍ତା ଅବରୋଧ କରିଛନ୍ତି ଲୋକେ।