ମୃତ୍ୟୁ ପୂର୍ବରୁ ପ୍ରେମିକର କାରନାମା କହିଲେ ପ୍ରେମିକା

  • ପୋଲସରା: ସଇତାନ ପ୍ରେମିକର କାରନାମା। ପ୍ରେମ ପ୍ରତାରଣା ପରେ ଧୋକାବାଜ ପ୍ରେମିକର ବୀଭତ୍ସକାଣ୍ଡ। ବାହା ହେବାକୁ କହିବାରୁ ବର୍ବରକାଣ୍ଡ ଘଟାଇଛି ନିଷ୍ଠୁର ପ୍ରେମିକ। ସ୍ପିରିଟ୍ ପକାଇ ପ୍ରେମିକାକୁ ଜିଅନ୍ତା ଜାଳିଦେଇଛି ଯୁବକ। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁରୁ ଆସିଛି ଏମିତି ସ୍ପର୍ଷକାତର ଘଟଣା। ଆଉ ନିଆଁରେ ଜଳିଯାଥିବା ସମ୍ପୃକ୍ତ ଯୁବତୀ ପ୍ରେମିକ ବିରୋଧରେ ଅଭିଯୋଗ ଆଣିଥିବାବେଳେ ତା’ର ମୃତ୍ୟୁକାଳୀନ ବୟାନ ରେକର୍ଡ଼ କରାଯାଇଛି। ତେବେ ପୁଲିସ ରେକର୍ଡ କରିଥିବା ବୟାନରେ ଯୁବତୀ ଜଣକ ତାର ପ୍ରେମିକକୁ ଦାୟୀ କରିଛି।
  • କୃଷ୍ଣଚନ୍ଦ୍ର ସାହୁ। ପ୍ରତାପପୁର। ଗୌଡ଼ ସାହି। ମୋତେ ସେ ଭଲ ପାଉଥିଲା।
  • ପୁଲିସ: ତୋତେ ସେ ନିଆଁ ଲଗାଇଲା ?
  • ଉ: ହଁ। ମୁଁ କହିଲି ବାହା ହେବା, ସେ କହିଲା ହଁ ଆମେ ବାହା ହେବା। ଆଉ ଥରେ କହିଲା ବାହା ହେବାନି। ମୁଁ କହିଲି କାହିଁକି ବାହା ହେବାନି। ସେ କହିଲା ମୋର ମାମୁଁର ଝିଅ ସଙ୍ଗେ ବାହାଘର ଠିକ୍ ହୋଇଛି।
  • ପୁଲିସ: କେଉଁଥିରେ ସେ ନିଆଁ ଲଗାଇଲା ?
  • ଉ: ସ୍ପିରିଟ୍ ପକାଇ ନିଆଁ ଲଗାଇଛି। କାଠ ଜାଳ କିଛି ପଡ଼ିନି। କେବଳ ସ୍ପିରିଟ୍ରେ ନିଆଁ ଲଗେଇଛି।
  • ଏହି ଘଟଣାରେ ଛାନଭିନ୍ ଆରମ୍ଭ କରିଛି ପୁଲିସ। ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଷଡ଼ଙ୍ଗୀଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା। ପରେ ତାହା ଭାଙ୍ଗିଯାଇଥିଲା। ତଥାପି ଶୁଭସ୍ମିତାଙ୍କୁ ଫୋନ୍ କରି କୃଷ୍ଣ ହଇରାଣ କରୁଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି। ଏପରିକି ପରିବାର ଲୋକଙ୍କୁ ମଧ୍ୟ ଫୋନ୍ କରି ଧମକ ଚମକ ଦେଉଥିଲା କୃଷ୍ଣ। ଗତକାଲି ଶୁଭସ୍ମିତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଡାକିଥିଲା ଅଭିଯୁକ୍ତ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ କୃଷ୍ଣ କିଛି ଦହନଶୀଳ ପଦାର୍ଥ ଫୋପାଡି ନିଆଁ ଲଗାଇ ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ୍ ପରେ ଏଏକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି। ସେପଟେ ଅଭିଯୋଗକୁ କୃଷ୍ଣଚନ୍ଦ୍ର ଖଣ୍ଡନ କରିବା ସହ ଘଟଣାସ୍ଥଳରେ ନ ଥିଲା ବୋଲି କହିଛି । ତେବେ ସେ ମାନିଛି ଯେ, ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏସମ୍ପର୍କରେ ଏସ୍ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର।ଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ।