ବାପାକୁ ପିଟିପିଟି ହତ୍ୟା କଲା ପୁଅ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପୁଅ ନିଜ ବାପାକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ୍ । ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଳେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଶିବ ତାର ବାପା ମଙ୍ଗଳକୁ ପ୍ରବଳ ଭାବେ ମାଡ଼ ମାରିଥିଲା। ଶନିବାର ରାତିରେ ଦୁଇ ବାପପୁଅ ଏକାଠି ଥିଲେ। ରବିବାର ସକାଳୁ ମଙ୍ଗଳର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଭେଡେନ ପୁଲିସ ଅଧିକାରୀ ହେମନ୍ତ ରାଓ, ଏଏସଆଇ ମନୋଜ ପ୍ରଧାନ, ରୁଦ୍ର ନାରାୟଣ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ। ଏହାସହ ହତ୍ୟା କରିଥିବା ପୁଅ ଶିବ ସେଠ୍ କୁ ଗିରଫ କରିଛି ।