ଗୁଣି ସନ୍ଦେହ ବୃଦ୍ଧଙ୍କୁ ହତ୍ୟା

ତୁମୁଡ଼ିବନ୍ଧ, ଏନ୍ଏନ୍ଏସ୍:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ ବିରିମିଲା ଗ୍ରାମରେ ଗୁଣିଆ ସନ୍ଦେହ କାଳ ହୋଇଛି । ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ମଙ୍ଗଳବାର ରାତି ପ୍ରାୟ ୮.୩୦ରେ ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ସେହି ଗ୍ରାମର ବାମ୍ବେରା ମାଝି (୬୨ )ହଠାତ୍ ଆସି ଏକ ଧାରୁଆ ଅସ୍ତ୍ରରେ ଶୋଇଥିବା ଭକ୍ତି ପାଟ୍ଟମାଝି(୬୫)ଙ୍କ ଗଳାକାଟି ହତ୍ୟାକରିଥିବା ନେଇ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ ହୋଇଛି। ବୁଧବାର ସକାଳେ ତୁମୁଡ଼ିବନ୍ଧ ପୁଲିସ ନଂ ୨୭ା୨୧ରେ ଏକ ମାମଲା ରୁଜୁକରିବା ସହିତ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଶବ ଜବତ କରଛି। ବ୍ୟବଚ୍ଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି। ତେବେ ହତ୍ୟାପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ସ୍ଥାନୀୟ ପୁଲିସ ଛାନ୍ଭିନ ଆରମ୍ଭ କରିଥିବା ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ଶରାଫ ସୁଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ଗୁଣିଗାରେଡି ସନ୍ଦେହରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି ପୁଲିସ କହିଛି। ଅଭିଯୁକ୍ତ ବୁଲୁଥିବାରୁ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି। ତେବେ ଅନେକ ଜମି ଜମାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା କହୁଛନ୍ତି। ତେବେ ଅଭିଯୁକ୍ତ ଧରାପଡିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।