ଘରୋଇ କଳହରୁ ଭାଇକୁ ଟାଙ୍ଗିଆରେ ହାଣିଲା ଭାଇ

ସଇଁନ୍ତଳା, ଏନ୍ଏନ୍ଏସ୍: ଘରୋଇ କଳହରୁ ହତ୍ୟାକାଣ୍ଡ। ଭାଇକୁ ହାଣି ହତ୍ୟା କଲା ଭାଇ। ବଲାଙ୍ଗିର ପୁଇଁତଲା ଥାନା ଅନ୍ତର୍ଗତ ବେଲବାହାଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବେଲବାହାଳି ଗାଁରେ କୌଣସି କଥାକୁ ନେଇ ମଙ୍ଗଳବାର ଦୁଇ ଭାଇ ଧୁବଲେ ବଗର୍ତ୍ତି ଏବଂ ଅଶୋକ ବଗର୍ତ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଧୁବଲେ ଅଶୋକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଅଶୋକଙ୍କର ମୃତ୍ୟୁ ହୋଇଛି । ହତ୍ୟାକାରୀ ଭାଇ ଧୁବଲେ ବଗର୍ତ୍ତିଙ୍କ ସମେତ ୨ ଅଟକ ଅଛନ୍ତି।