ବୃଦ୍ଧାଙ୍କୁ ପିଟି ପିଟି ମାରିଦେଲେ ଯୁବକ

ଅମ୍ବାଭୋନା,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଦ୍ୱାରୀ ଗ୍ରାମରେ ବୁଧବାର ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି। କାଠ ସଂଗ୍ରହ ପାଇଁ ଯାଇଥିବା ବୃଦ୍ଧାଙ୍କୁ ଜଣେ ଯୁବକ ପିଟିପିଟି ମାରି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ବୃଦ୍ଧା ଜଣକ ହେଲେ ଋକ୍ମିଣୀ ବାଗ (୬୫ବର୍ଷ)। ଆଜି ଜଙ୍ଗଲକୁ ଯାଇଥିବା ବେଳେ କାଠ ଭଙ୍ଗାକୁ ନେଇ ସମ୍ପୃକ୍ତ ଯୁବକ ଓ ବୃଦ୍ଧାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଅତି ନୃଶଂଶ ଭାବେ ବୃଦ୍ଧାଙ୍କ ହାତ ଗୋଡ ଭାଙ୍ଗିଦେବା ସହ ପିଟିପିଟି ମାରି ଦେଇଥିଲା। ଖବରପାଇ ଅମ୍ବାଭୋନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତ ଯୁବକ ବରାତୁ ଡନସନାକୁ ଥାନାରେ ଅଟକ ରଖି ପଚରାଉଚରା ଜାରିରଖିଛି। ଅମ୍ବାଭୋନା ଥାନାଧିକାରୀ ଆଲୋକ ବେହେରା ଘଟଣାର ତଦନ୍ତ କରୁଛନ୍ତି।