ପୌରପରିଷଦ କିଣିଲା ବିଶୋଧକ ଯନ୍ତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ସହରକୁ କରୋନା ସଂକ୍ରମଣରୁ ରୋକିବା ପାଇଁ ପ୍ରତିଦିନ ବିଶୋଧନ ସିଞ୍ଚନ ଜାରି ରହିଛି। ଏଥିପାଇଁ ବେଲପାହାଡ଼ସ୍ଥିତ ଟିଆରଏଲ୍ କ୍ରୋସାକିର ଅଗ୍ନିନିର୍ବାପକ ଗାଡ଼ି, ଜିଲ୍ଲା ଅଗ୍ନିଶମ ଓ ଏମସିଏଲ୍ ଅଗ୍ନିଶମ ବିଭାଗର ସହାୟତା ନିଆଯାଉଛି। ହେଲେ ଉପରୋକ୍ତ ସଂସ୍ଥାଗୁଡ଼ିକର ସହାୟତାରେ କରାଯାଉଥିବା ସହର ବିଶୋଧନ କାର୍ଯ୍ୟ ପର୍ଯ୍ୟାପ୍ତ ହେଉନଥିବାରୁ ବେଲପାହାଡ଼ ପୌର ପରିଷଦ ନିଜସ୍ୱ ଏକ ବିଶୋଧକ ଯନ୍ତ୍ର କିଣିିଛି। ସୋମବାର ଅପରାହ୍ନରେ ଏହି ବିଶୋଧକ ଯନ୍ତ୍ର ବେଲପାହାଡ଼ ପୌର କାର୍ଯ୍ୟାଳୟରେ ପହଁଚିବା ପରେ ବିଦ୍ଧି ବଦ୍ଧ ଭାବେ ଏହାର ପରିକ୍ଷଣ କରାଯାଇଛି। ସେହିପରି ପୌରପରିଷଦ କାର୍ଯ୍ୟାଳୟରେ ଦୁଇଟି ଟନେଲ୍ ବିଶୋଧକ ସ୍ଥାପନା କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିବା ପୌରାଧିକାରୀ ଲୋକନାଥ ତିୱାରୀ କହିଛନ୍ତି।