ପୁଣି ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ସଂଘର୍ଷ କରି ହାରିଲା ଦିଲ୍ଲୀ

ଦୁବାଇ, ଏଜେନ୍ସି: ଆଇପିଏଲ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଲା ମୁମ୍ବାଇ ଇଣ୍ଡିଆନ୍ସ। ଡ୍ରିମ ଇଲେଭେନ ଆଇପିଏଲ ନିଜ ନାମରେ କରିନେଇଛି ହିଟ୍ ମ୍ୟାନଙ୍କ ଟିମ୍ । ଟସ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ମୁମ୍ବାଇକୁ ୧୫୭ରନ୍ ର ଲକ୍ଷ୍ୟ ଦେଇଥିଲା।  ମୁମ୍ବାଇ ଟିମ ୧୮ ଓଭର ୪ ବଲରେ ୫ ୱିକେଟ ବିନିମୟରେ ୧୫୭ ରନ କରି ବିଜୟ ହାସଲ କରିଛି। ଦିଲ୍ଲୀ ଦଳ ତରଫରୁ ଅଧିନାୟକ ଶ୍ରେୟସ ଆୟାର ସର୍ବାଧିକ ୬୫ ରନ କରିଥିବାବେଳେ ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୧ ବଲରୁ ୬୮ ରନ କରିଥିଲେ। ଆଜିର ବିଜୟ ପରେ ମୁମ୍ବାଇ ୫ମ ଥର ପାଇଁ ଆଇପିଏଲ ବିଜେତା ହୋଇଛି। ସେହିପରି ଦିଲ୍ଲୀ ପ୍ର୍ରଥମ ଥର ପାଇଁ ଫାଇନାଲ ଖେଳିଥିଲା।