ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ସବୁଠୁ ଅଧିକ ମୁମ୍ବାଇରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ମୁମ୍ବାଇ ବିଏମସିର ମେୟର କିଶୋରୀ ପେଡନେକର ନର୍ସ ରୂପେ ଏହି ଯୁଦ୍ଧ ଲଢ଼ିବା ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ ପେଶାରେ ନର୍ସ ଥିବା ମେୟର ପୁଣିଥରେ ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତାଙ୍କୁ ନର୍ସ ପୋଷାକରେ ଦେଖି ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ମଧ୍ୟ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।