ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ନିଧନ ହୋଇଛି । ସାଧାନା ଗୁଡ଼ଗାଁଓର ମେଦାନ୍ତା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସଫୁସରେ ସଂକ୍ରମଣ ଯୋଗୁ ସପ୍ତାହେ ହେବ ସେ ଖୁବ୍ ଗୁରୁତର ଥିଲେ । ଏହାପୂର୍ବରୁ ସାଧନା ଲଖନଊର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁଡ଼ଗାଁଓ ଅଣାଯାଇଥିଲା ।

ସୂଚନାଯୋଗ୍ୟ, ସାଧନା ଗୁପ୍ତା ହେଉଛନ୍ତି ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ । ୧୯୮୦ ମସିହାରେ ସେ ପ୍ରଥମଥର ପାଇଁ ମୁଲାୟମଙ୍କୁ ଭେଟିଥିଲେ । ସାଧନା ମଧ୍ୟ ପୂର୍ବରୁ ବିବାହିତ ଥିଲେ । ସ୍ୱାମୀଙ୍କ ସହ ନ ପଡ଼ିବାରୁ ବିବାହର ୪ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ । ପରେ ସାଧାନା ଓ ମୁଲାୟମଙ୍କ ବିବାହ ହୋଇଥିଲା । ମୁଲାୟମଙ୍କଠାରୁ ସାଧନା ୨୦ ବର୍ଷ ସାନ ।