ଦୀର୍ଘ ୪ ବର୍ଷ ପରେ ମୁକୁଲ ରାୟଙ୍କ ଘର ବାହୁଡ଼ା

କୋଲକାତା: ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ଆଜି ପାଖାପାଖି ୪ ବର୍ଷ ପରେ ଟିଏମସିକୁ ଫେରିଛନ୍ତି। ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମୁକୁଲ ରାୟ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଲମ୍ବା ଆଲୋଚନା କରିବା ପରେ ତାଙ୍କ ଦଳରେ ସାମିଲ ହୋଇଛନ୍ତି।

ଟିଏମସିରେ ଯୋଗ ଦେବା ପରେ ମୁକୁଲ ରାୟ କହିଛନ୍ତି ଯେ, ଘରକୁ ଫେରି ଭଲ ଲାଗୁଛି। ବଙ୍ଗଳା ମମତା ବାନାର୍ଜୀଙ୍କର ଥିଲା ଆଉ ରହିବ। ମୁଁ ବିଜେପିରେ ରହି ପାରୁନଥିଲି।

ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ, ମୁକୁଲ ଘରକୁ ଫେରିଥିବାରୁ ଖୁସି ଲାଗୁଛି। ବିଜେପିକୁ ଯାଇଥିବା ଅନେକ ନେତା ଘରକୁ ଫେରିବା ପାଇଁ ଚାହୁଁଛନ୍ତି। ଆମେ କେବେ ବି କାହାରି ପାର୍ଟି ଭାଙ୍ଗି ନାହୁଁ। ଆମେ ଏଜେନ୍ସିର ଉପଯୋଗ କରିନାହୁଁ। ଯିଏ ଆସିବାକୁ ଚାହୁଁଛନ୍ତି ସେମାନେ ପାର୍ଟିକୁ ଆସୁଛନ୍ତି। କେବଳ ବିଶ୍ୱସ୍ତ ଲୋକଙ୍କୁ ଟିଏମସିରେ ସ୍ଥାନ ମିଳିବ।