ନୂଆଦିଲ୍ଲୀ: ମୁଖତାର ଅନସାରୀକୁ ଗ୍ୟାଙ୍ଗଷ୍ଟାର ଆକ୍ଟରେ ୧୦ ବର୍ଷର ସଜା ଶୁଣାଯାଇଛି । ଗାଜୀପୁର ଏମପି-ଏମଏଲଏ କୋର୍ଟ ଏହି ଫଇସଲା ଶୁଣାଇଛନ୍ତି । ଏଥିସହିତ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି ।
ମଔର ପୂର୍ବତନ ବିଧାୟକ ମୁଖତାର ଅନସାରୀକୁ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ହତ୍ୟା ମାମଲା ଏବଂ ବାରଣାସୀ ବେପାରୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଅଖତର ପରେ ଏବେ ତା’ ଭାଇ ଅଫଜଲକୁ ମଧ୍ୟ ସଜା ଶୁଣାଯିବ ।