ବଦ୍ରିନାଥ ଧାମର ଦର୍ଶନ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ ପରିବାର ସହ ଶ୍ରୀ ବଦ୍ରୀନାଥ ଧାମ ପହଞ୍ଚିଛନ୍ତି । ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ଭାବି ପୁତ୍ରବୋଧୂ ରାଧିକା ମର୍ଚ୍ଚେଣ୍ଟ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଅମ୍ବାନୀ ପରିବାର ଭଗବାନଙ୍କ ଦର୍ଶନ କରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଅମ୍ବାନୀ ଓ ତାଙ୍କ ପରିବାରର ସ୍ୱାଗତ ବଦ୍ରିନାଥ ଧାମର ପ୍ରଭାରୀ ଅଧିକାରୀ ଅନିଲ ଧ୍ୟାନୀ କରିଥିଲେ । ପରେ ମନ୍ଦିରର ବିକାଶ ପାଇଁ ଅମ୍ବାନୀ ୫ କୋଟି ଟଙ୍କା ଦାନ କରିଥିଲେ । ଅମ୍ବାନୀ ପ୍ରତିବର୍ଷ ଭଗବାନ ବଦ୍ରୀଙ୍କ ଦର୍ଶନ କରନ୍ତି ।

ସୂଚନାଯୋଗ୍ୟ, ବଦ୍ରିନାଥ ଓ କେଦନାଥରେ ଏବେ ଭିଭିଆଇପିଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଦିନକ ପୂର୍ବରୁ କ୍ରିକେଟର ସୁରେଶ ରୈନା ବଦ୍ରିନାଥ ଧାମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ।