ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ବିଲ୍ଲା ରାମଚଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ହେଉଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ ବସିଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟକୁ ଶିକ୍ଷକ ଓଶିକ୍ଷୟିତ୍ରୀମାନେ ଠିକ ସମୟରେ ଆସୁନଥିବା ଓ ପାଠପଢ଼ାରେ ଘୋର ଅବହେଳା ହେଉଛି। ଏ ନେଇ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ ଏଥିରେ ଅନିୟମିତତା ଦେଖାଯାଉଛି। ତେଣୁ ଶୁକ୍ରବାର ବାଧ୍ୟ ହୋଇ ଅଭିଭାବକମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି।