ପଦାକୁ ବାହାରିଲେ ମାସ୍କ ପିନ୍ଧିବେ ୨ରୁ ଅଧିକ ବର୍ଷର ଶିଶୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨ରୁ ଅଧିକ ବର୍ଷର ଶିଶୁ ମାସ୍କ ପିନ୍ଧିବା ଜରୁରୀ। ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଆଡଭାଇଜରିରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଏଭଳି ଆଡଭାଇଜରି ଜାରି କରିଛନ୍ତି।

ଏଥିରେ ୨ରୁ ଅଧିକ ବର୍ଷର ଶିଶୁ ପଦାକୁ ବାହାରିବା ପୂର୍ବରୁ ମାସ୍କ ପିନ୍ଧିବାକୁ ପରାମର୍ଶ ସହିତ ଶିଶୁଠାରେ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ ସହିତ ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ଝାଡା, ବାନ୍ତି, ପେଟ ବ୍ୟଥା, ଥଣ୍ଡା ଓ କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ କୁହାଯାଇଛି।