ମୃତ ଶିିଶୁର ଜୀବନ ଫେରି ପାଇବାକୁ ଝଡ଼ାଫୁଙ୍କା

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ଶିକ୍ଷା, ସଭ୍ୟତା ଓ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ଏବେବି ବହୁ ଅନ୍ଧବିଶ୍ୱାସ ସମାଜରେ ରହିଥିବା ଜଣାପଡିଛି। ଏକଥା କେଉଁ ଅଧ୍ୟୁଷିିତ ଅଂଚଳରେ ନୁହେଁ ବରଂ ଜିଲ୍ଲାର ସର୍ବାଧିିକ ଶିକ୍ଷା ଓ ସଚେତନ ଅଞ୍ଚଳ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗାଂଗପଡା ଗ୍ରାମରେ ଦେଖିବାକୁ ମିଳିଛି। ମେଡିକାଲରୁ ମୃତ ଘୋଷିିତ ହୋଇଥିିବା ଜଣେ ୭ ବର୍ଷର ଶିଶୁକୁ ଜୀବନଦାନ ପାଇଁ ଗୁଣିଆ ମାଧ୍ୟମରେ ତା’ର ପରିବାର ଓ ସଂପର୍କୀୟମାନେ ଝଡାଫୁଙ୍କା ଓ ପୂଜାପାଠ କରିଥିଲେ। ଶେଷରେ ଶିଶୁଟି ଜୀବନ ନ ଫେରିବାରୁ ନିରାଶରେ ଆଜି ଏହାକୁ ପୋତି ଦିଆଯାଇଛି।

ଖବରରୁ ପ୍ରକାଶ, ଗଂଗପଡା ଗ୍ରାମର ଜୈନିକ ୭ ବର୍ଷର ଶିଶୁ ରବିବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶରେ ଏହି ଶିଶୁକୁ କଟକସ୍ଥିତ ଶିଶୁଭବନକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁକୁ ମୃତ ବୋଲି ଘୋଷଣା କରିବା ପରେ ସୋମବାର ପରିବାର ଲୋକ ତାକୁ ଘରକୁ ଫେରାଇଆଣିବା ସହିତ ଗୁଣିଆକୁ ଡକାଇ ଦୀର୍ଘ ସମୟଧରି ପୂଜା ପାଠ ଓ ଝଡାଫୁଙ୍କା କରିଥିଲେ। ଶେଷରେ ମୃତ ଶିଶୁୁର ଜୀବନ ନଫେରିବାପରେ ଏହାକୁ ଗାତଖେଳି ପୋତିଦେଇଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।