ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଏମଆରଆଇ କରିବାକୁ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଯିବାକୁ ପଡ଼ିବନି। ମାଗଣାରେ କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ କରିପାରିବେ। ଏନେଇ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଏମଆରଆଇ ବିଭାଗର ଶୁଭାରମ୍ଭ ହୋଇଛି। ଓଡିଶା ସରକାର ଏ ବାବଦକୁ ୧୯୫୦ଟଙ୍କା ଦେବେ। ଆଜି ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଜ଼ିଲ୍ଲାପାଳ ସନତ କୁମାର ମହାନ୍ତି, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ଼. ଲକ୍ଷ୍ମୀଧର ସାହୁ, ସହକାରୀ ନିର୍ଦ୍ଦେଶକ ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏମଆରଆଇ ବିଷୟରେ ସୂଚନା ଦେଇଥିଲେ।