ଖାକିରେ କଳଙ୍କ, ହାଜତରେ ମହିଳାଙ୍କୁ ୧୦ ଦିନ ଗଣଦୁଷ୍କର୍ମ

ଭୋପାଳ,ଏଜେନ୍ସି: ଖାକିରେ କଳଙ୍କ। ସୁରକ୍ଷା ଦେବା ବଦଳରେ ଯୌନ ରାକ୍ଷସ ପାଲଟିଲେ ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଏକ ଲଜ୍ଜ୍ୱାଜନକ ଘଟଣା ସାମ୍ନାକୁ ଆସିଛି। ହତ୍ୟା ଅଭିଯୋଗରେ ଅଟକ ଥିବା ଜଣେ ମହିଳାଙ୍କୁ ହାଜତରେ ୫ ପୁଲିସ କର୍ମଚାରୀ ୧୦ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ମହିଳା ଅତିରିକ୍ତ ଜିଲ୍ଲା ଜଜଙ୍କୁ ଭେଟି ଏହି ଅଭିଯୋଗ କରିବା ପରେ ଜଜ ଏହାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ହତ୍ୟା ମାମଲାରେ ଅଭିଯୁକ୍ତ ମହିଳା ଜଣଙ୍କୁ ପୁଲିସ ପଚରାଉଚୁରା ଆଳରେ୧୦ଦିନ କାଳ ଥାନା ହାଜତରେ ଅଟକ ରଖି ଦୁଷ୍କର୍ମ କରିଥିଲେ। ଜଣେ ମହିଳା କନଷ୍ଟେବଳ ସାମିଲ ସହକର୍ମୀଙ୍କୁ ଏଥିରୁ ନିବୃତ୍ତ ରଖିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ବେଖାତିର କରିବା ସହ ତାଙ୍କୁ ଓଲଟା ତାଗିଦା କରିଥିଲେ। ଅପରପକ୍ଷରେ ପୁଲିସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ଏହି ଘଟଣାରେ ରେୱା ଏସପି ରାକେଶ ସିଂହ ତଦନ୍ତ କରୁଛନ୍ତି।