ମୁଁ ଅନୁତପ୍ତ- ସାଂସଦ ଚନ୍ଦ୍ରଶେଖର ସାହୁ

ମଞ୍ଚ ଉପରେ କର୍ମୀଙ୍କୁ ଚାପୁଡା ମାରିବା ଘଟଣାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅନୁତପ୍ତ ବୋଲି କହିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଉକ୍ତ ଘଟଣାକୁ ନେଇ ସେ ଅନୁତପ୍ତ। ତାଙ୍କର ଏପରି କରିବାର ନଥିଲା। ତାଙ୍କର ସମୟ ଖରାପ ଚାଲିଛି ବୋଲି କହିଥିଲେ। ସେହି ସମୟରେ ସେ ହତାଠ୍ ରାଗିଯାଇଥିଲେ । ଘଟଣା ସମୟରେ ସମ୍ପୃକ୍ତ କର୍ମୀ ସଂଗ୍ରାମ ଟିକିଏ ବିଶୃଙ୍ଖଳିତ ହୋଇପଡିଥିଲେ।

ତାଙ୍କ କହିବାନୁଯାୟୀ, ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କୁ ଉତ୍ତରୀୟ ପିନ୍ଧାଉଥିଲେ। ସେ ତାଙ୍କ ଠାରୁ ନ ପିନ୍ଧି ମୋ ଠାରୁ ପିନ୍ଧିବାକୁ ଚାହୁଁଥିଲେ। ସେଥିପାଇଁ ମୁଁ ବିରକ୍ତ ହୋଇ ଠେଲିଦେଇଥିଲି କିନ୍ତୁ ଚାପୁଡା ମାରିନଥିଲି ବୋଲି ସାଂସଦ କହିଛନ୍ତି। ତେବେ ସାଂସଦଙ୍କ ଉକ୍ତ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।