ନବରଙ୍ଗପୁର ସାଂସଦ ରମେଶ ମାଝୀ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ମାଝୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ନିଜେ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଏବେ ଶ୍ରୀ ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍ ଆଇସୋଲେସନରେ ଥିବା ଜଣାପଡ଼ିଛି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।