ଆଜି ବାହାରିବ ମଧ୍ୟପ୍ରଦେଶର ୨୮ଟି ସିଟ୍ ର ଫଳାଫଳ : ବିଜେପି ଆଗୁଆ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ୨୮ଟି ବିଧାନସଭା କ୍ଷେତ୍ର ଲାଗି ମତଗଣନା କାମ ୧୯ ଜିଲ୍ଲା ମୁଖ୍ୟାଳୟରେ ଜାରି ରହିଛି। ଉପନିର୍ବାଚନ ଫଳାଫଳ ଦ୍ୱାରା ଶିବରାଜ ସରକାରଙ୍କ ୧୨ଜଣ ମନ୍ତ୍ରୀଙ୍କ ଭବିଷ୍ୟ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ସୁଦ୍ଧା ହୋଇଥିବା ମତଗଣନା ଅନୁସାରେ ବିଜେପି ୧୮, କଂଗ୍ରେସ ୯ ଓ ବିଏସପିକୁ ଗୋଟିଏ ସିଟ୍ ମିଳିଛି।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ତାଙ୍କର ୨୨ଜଣ ସମର୍ଥକ କଂଗ୍ରେସ ସହ ବିଧାୟକ ପଦ ଛାଡ଼ି ଦେଇଥିଲେ। ଆଉ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଥିଲେ। ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ସରକାର ଭାଙ୍ଗିବା ପରେ ଆଉ ୩ ଜଣ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ସିଟ୍ ସଂଖ୍ୟା ୨୫ ହୋଇଯାଇଥିଲା। ଅନ୍ୟପଟେ ଆଉ ୩ଟି ସିଟ୍ ବିଧାୟକଙ୍କ ନିଧନ ଯୋଗୁ ଖାଲି ହୋଇଯାଇଥିଲା।