କରୋନା ସାମାଜିକ ଦୂରତା ନିୟମ ଉଲଂଘନ ପରେ ନିଜ ଆଡୁ ଫାଇନ ଭରିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ସାମାଜିକ ନିୟମ ଉଲଂଘନ କରିଥିବାରୁ ଜୋରିମାନେ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏ ସମ୍ପର୍କରେ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ସେ ଗତକାଲି ଯାଇଥିବା ବେଳେ ସାମାଜିକ ନିୟମ ଭଙ୍ଗ ହୋଇଥିବାରୁ ନିଜ ତରଫରୁ ସେ ଜୋରିମାନା ଦେଇଥିବା କହିଛନ୍ତି। ତେବେ ଜଗନ୍ନାଥ ପ୍ରଧାନଙ୍କ ଘରେ ସାଂସଦ ଉପସ୍ଥିତ ଥିବା ବେଳେ ସାମାଜିକ ନିୟମ ଉଲଂଘନ ହୋଇଥିବା ଦର୍ଶାଇ ଭୁବନେଶ୍ୱର ବମିଖାଲ ଅଞ୍ଚଳର କିଛି ଲୋକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପରେ ଶ୍ରୀ ଷଡଙ୍ଗୀ ନିଜ ଭୁଲକୁ ସ୍ୱିକାର କରି ନିଜ ତରଫରୁ ଜୋରିମାନା ଦେଇଥିବା ଟ୍ୱିଟ କରି ଜଣାଇଛନ୍ତି। ଏଥିସହ ଲୋକଙ୍କ ସଚେତନତାକୁ ଭଲ ସଂକେତ ବୋଲି କହିଛନ୍ତି।