ନଦୀଆ ବିହାରୀ ମହାନ୍ତିଙ୍କ ବିୟୋଗରେ ଶୋକ

କୁଆଁପାଳ,ଏନ୍ଏନ୍ଏସ୍: ଚାଲିଗଲେ ‘ବଡଭାଇ’। ଆକାଶବାଣୀର ପ୍ରସିଦ୍ଧ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ତଥା ଜଣାଶୁଣା ଶିଶୁ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳର ସାହିତ୍ୟିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଦୁଲ୍ଲାରପୁରର ସଭାପତି ବିଦ୍ୟୁଲତା ପ୍ରଧାନ, ସଂପାଦକ ଗୌତମ ଚରଣ ଜେନା, ସାହିତ୍ୟିକ ବ୍ରଜସୁନ୍ଦର ନାୟକ, ପ୍ରାଧ୍ୟାପକ ବିରୂପାକ୍ଷ ରାୟ, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସିଂ, ସ୍ତମ୍ଭକାର ବିବେକାନନ୍ଦ ଦାସ, ମାହାଙ୍ଗା ସାହିତ୍ୟ ସମାଜ ପକ୍ଷରୁ ଡା. ଏକାଦଶୀ ପ୍ରଧାନ ଓ ବୀର ଭଦ୍ରେଶ୍ୱର ସାହିତ୍ୟ ସଂସଦର ସଂପାଦକ ରାଜକିଶୋର ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ଶିଶୁ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟାଙ୍କୁ ସବୁଦିନ ପାଇଁ ହରାଇଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।