ଗାଡି କାଗଜପତ୍ର ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୩ ମାସ ମଧ୍ୟରେ ଗାଡି କାଗଜପତ୍ର କରାଇନେବା ପାଇଁ ମୁଖ୍ୟମନ୍ତ୍ରୀ ମହଲତ ଦେବା ପରେ ମଂଗଳବାର ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଆରଟିଓମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ ।

ଆରଟିଓ ଅଫିସଗୁଡିକରେ ଅଧିକ କାଉଣ୍ଟର ଖୋଲାଯିବା , ଅଧିକ ଡିଏଲ ସ୍ଲଟ୍ ରଖିବା , ଅଧିକ କର୍ମଚାରୀ ନିଯୁକ୍ତି ଦେବା , ଅଧିକ ପଲ୍ୟୁସନ୍ ଟେଷ୍ଟିଂ ସେଂଟର ଖୋଲିବା ଏବଂ ସେଠାରେ ରେଟ୍ ଚାର୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦଲାଲମାନଙ୍କ ଉପରେ ନଗର ରଖିବା ଓ ମଦ୍ୟପାନ କରି ଗାଡି ଚଳାଉଥିବା ଗାଡି ଚାଳକଙ୍କ ଉପରେ କୋହଳ ମନୋଭାବ ପ୍ରଦର୍ଶନ ନକରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହା ବ୍ୟତୀତ ୧୫/୨୦ ଦିନ ମଧ୍ୟରେ ଆସିଥିବା ଆବେଦନ ଗୁଡିକୁ ସମାଧାନ କରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ ।