ବଜ୍ରପାତରେ ମା’ ମୃତ, ପୁଅ ଗୁରୁତର

ସଇଁନ୍ତଳା,ଏନ୍ଏନ୍ଏସ୍: ବଜ୍ରପାତରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ(୪୦) ଆଜି ବିଲକୁ ଯାଉଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ଭିଭି ସାହୁ(୧୨) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।