୨ ପୁଅଙ୍କୁ ହତ୍ୟା କରି ମାଆ ହାରିଲା ଜୀବନ

କଳାହାଣ୍ଡି,ଏନ୍ଏନ୍ଏସ୍: ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ  ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀର ଅନୁପସ୍ଥିତିରେ ନିଜ ଜନ୍ମିତ ଦୁଇ ନାବାଳକ ପୁଅଙ୍କ ଗଳାକାଟି ହତ୍ୟା କରିବା ପରେ ମାଆ ନିଜେ ରେଳ ଲାଇନରେ ବେକ ଦେଖାଇ ଆତ୍ମହତ୍ୟା କରିଛି।

ମୃତ ଦୁଇ ପୁଅ ରବୀନ୍ଦ୍ର ମାଝି(୪), ଦୁଷ୍ମନ୍ତ ମାଝି(୬) ଓ  ମୃତକ ମାଆ ହେଲେ ବିମଳା ମାଝି। ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।