ଏକାଥରକେ ୪ଟି ସନ୍ତାନ ଜନ୍ମ ଦେଲେ ମହିଳା

ସୁବର୍ଣ୍ଣପୁରରେ ଏକାଥରକେ ୪ଟି ଛୁଆକୁ ଜଣେ ମହିଳା ଜନ୍ମ ଦେଇଛନ୍ତି । ପ୍ରି ମାଚ୍ୟୁୟର ଡେଲିଭରି ତଥା ଶିଶୁମାନଙ୍କ ଶରୀର ଗଠନ ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ୪ ସନ୍ତାନଙ୍କ ମୃତ୍ୟୁ ହୋଇଛି । ତେବେ ପ୍ରସବ ପରେ ମା ଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ସୋନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋନପୁର ଝିଙ୍କି ଗାଁର ଉକ୍ତ ମହିଳା ଘରେ ୨ଟି ପିଲା ଜନ୍ମ କରିଥିଲେ । ପୁଣି ଥରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୋନପୁର ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ମହିଳା ଜଣକ ଆଉ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ ।