ପୁଅର କୋଭିଡ୍ ମୃତ୍ୟୁ ଜାଣି ଆଖିବୁଜିଲେ ମା’

ନିଶ୍ଚିନ୍ତକୋଇଲ,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହରୀ ଏବେ ଉଗ୍ରରୂପ ନେଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ମୁଣ୍ଡ ଉପରେ ମୁଣ୍ଡ ଗଡ଼ିଚାଲିଛି। ଏହି ବ୍ଲକ୍ ଅଧିନସ୍ଥ ଝାଡ଼େଶ୍ୱରପୁର ପଞ୍ଚାୟତ ମଙ୍ଗଳପୁର ଦଳିତସାହିରେ ଅକ୍ଷୟ କୁମାର କାଣ୍ଡି (୫୧) କରୋନା ସଂକ୍ରମିତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ପୁତ୍ରର ମୃତ୍ୟୁଖବର ଶୁଣି ତାଙ୍କର ୭୩ ବର୍ଷିୟା ବୃଦ୍ଧା ମା’ ରଙ୍ଗଲତା ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ। ମାନସିକସ୍ତରରେ ଦୁଃଖଭାର ସହି ନ ପାରି ଶେଷରେ ସେ ମଧ୍ୟ ଆଖି ବୁଜିଦେଇଥିଲେ। ଅକ୍ଷୟଙ୍କର କରୋନା ଜନିତ ମୃତ୍ୟୁହୋଇଥିବାରୁ ତାଙ୍କର ସାହି ପଡ଼ିଶା ଓ ବନ୍ଧୁ ପରିବାରବର୍ଗ କେହି ଶବ ସତ୍କାର ପାଇଁ ସହଯୋଗ କରିନଥିଲେ।

ଏପରିକି ଶବକୁ କେହି ନଛୁଇଁବାରୁ ବହୁ ସମୟ ଧରି ତାହା ପଡ଼ି ରହିଥିଲା। ଖବର ପାଇ ବ୍ଲକ୍ ପ୍ରଶାସନପକ୍ଷରୁ ଶବ ସତ୍କାରର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ନଗସପୁରଠାରେ ଖୋଲାଯାଇଥିବା କୋଭିଡ୍ ଶ୍ମଶାନରେ ମା’ ପୁଅଙ୍କ ଶବ ସରକାରୀ ନୀତି ନିୟମ ଅନୁଯାୟୀ ଦାହ କରାଯାଇଥିଲା। ଉଭୟଙ୍କ ଶେଷକୃତ୍ୟ ବେଳେ ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ମାନସ ରଂଜନ ତରାସିଆ, ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ନେମାଳ ଆଇଆଇସି ନିହାର ରଂଜନ ମହାନ୍ତିଙ୍କ ସମେତ ଗ୍ରାମପଞ୍ଚାୟତ ଅଧିକାରୀ ଜନ୍ମେଜୟ ରାଉତ, ସରପଞ୍ଚଙ୍କ ପ୍ରତିନିଧି ବିଭୂତିଭୂଷଣ ଦାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିଶିର ମଲ୍ଲିକ, ଜିଆରଏସ୍ ଚନ୍ଦ୍ରଶେଖର ବେହେରା ପ୍ରମୁଖ ଉପସ୍ଥିତ ଥ