ବିଷ ପିଇ ମା’ ଓ ପୁଅ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ତେଲରାଇ ଗ୍ରାମରେ ନିଜ ଦୁଇ ଛୁଆଙ୍କୁ ବିଷ ଦେଇ ନିଜେ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ଘଟଣାରେ ମା’ ଓ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ପୁଅ ଗୁରୁତର ଅବସ୍ଥାରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛି ।

ସୂଚନା ଅନୁଯାୟୀ ମହିଳାଙ୍କ ସ୍ୱାମୀ ଗତ ୪ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ତାଙ୍କର ୪ଟି ସନ୍ତାନ ମଧ୍ୟରୁ ଦୁଇ ସନ୍ତାନ ହଷ୍ଟେଲରେ ରହି ପଢୁଛନ୍ତି। ଦାରିଦ୍ର୍ୟ ଯୋଗୁଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗାଁ’ ଲୋକେ କହିଛନ୍ତି। ଖବରପାଇ ପୁଲିସ ଘଟଣାର ଅନୁସନ୍ଧାନ କରୁଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।