୨ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମାଆ

ମା’ ମୃତ, ୨ଝିଅ ଗୁରୁତର

ବ୍ରହ୍ମପୁର,ଏନ୍‍ଏନ୍‍ଏସ୍‍: ବ୍ରହ୍ମପୁର ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଦୁଇ ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲେ ମାଆ। ଏହି ପରିପ୍ରେକ୍ଷୀରେ ମାଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ଜଣେ ଝିଅର ହାତ ପାପୁଲି କଟିଯାଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଜଣଙ୍କର ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ଝିଅ ଦୁଇଜଣ କାନ୍ଦି କାନ୍ଦି କହିବା ପରେ ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣଙ୍କ ବରଗଡ଼ ଅଞ୍ଚଳର ହୋଇଥିବାବେଳେ ତାଙ୍କ ସ୍ୱାମୀଙ୍କୁ ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ ଶୁକ୍ରବାର ସକାଳରେ ମାଆ ରମା ଭଞ୍ଜ ଓ ତାଙ୍କ ଦୁଇ ଝିଅ ରିଆ ଓ ପ୍ରିୟାଙ୍କୁ ଧରି ବରହ୍ମପୁର ରେଳ ଷ୍ଟେସନକୁ ଆସିଥିଲେ। ବ୍ରହ୍ମପୁରର ରେଳ ଷ୍ଟେସନର ୨୦୦ମିଟର ଦୂରରେ ମାଆ ଦୁଇ ଝିଅଙ୍କୁ ନେଇ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ତେବେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ସାଧାରଣରେ କୁହାଯାଉଛି। ସେହିପରି ଗୁରୁତର ୨ଝିଅଙ୍କ ମଧ୍ୟରେ ଜଣେ ୬ଷ୍ଠ ଶ୍ରେଣୀ ଓ ଅନ୍ୟଜଣେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡ଼ିଛି।