ପୋଖରୀରେ ବୁଡ଼ି ମାଆ-ଝିଅ ମୃତ

କୋରାପୁଟ,ଏନ୍ଏନ୍ଏସ୍: ଲମତାପୁଟ ବ୍ଲକ୍‌ ବନମାଳିପୁଟ ପଞ୍ଚାୟତ ଦେବଗଞ୍ଜଣା ଗ୍ରାମରେ  ପୋଖରୀରେ ବୁଡ଼ି ମାଆ ଓ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ କୃଷ୍ଣ ମାଝୀଙ୍କ ସ୍ତ୍ରୀ ରୁକ୍ମଣୀ ମଝୀ(୨୩) ଓ ଝିଅ ପଦ୍ମା ମାଝୀ(୫)

ସୂଚନା ଅନୁସାରେ ରୁକ୍ମଣୀ ଆଜି ଦୁଇ ଝିଅଙ୍କୁ ନେଇ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପଦ୍ମା ପୋଖରୀରେ ବୁଡ଼ିଯାଇଥିଲେ। ପଦ୍ମାକୁ ଉଦ୍ଧାର କରିବାକୁ ଯାଇ ରୁକ୍ମଣୀ ମଧ୍ୟ ବୁଡ଼ିଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ମାଆ ଓ ଭଉଣୀ ନ ଫେରିବାରୁ ପୋଖରୀ କୂଳରେ ଥିବା ଅନ୍ୟ ଝିଅ ଜୋରରେ କାନ୍ଦିବାକୁ ଲାଗିଲା। ତା କାନ୍ଦ ଶୁଣି ଗ୍ରାମବାସୀ ପୋଖରୀ ନିକଟକୁ ଯାଇ ଖବର ସମ୍ପର୍କରେ ଜାଣିବା ପରେ ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷାଙ୍କ ପୁଅ ମୁନା ଦଳପତିଙ୍କୁ ଖବର ଦେବା ସହ ପୋଖରୀରୁ ଶବ ଉଦ୍ଧାର କରିଥିଳେ। ପରେ ଘଟଣାସ୍ଥଳରେ ନନ୍ଦପୁର ଥାନା ପୁଲିସ, କୋରାପୁଟ ବିଧାୟକ ରଘୁରାମ ପତାଲ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀବ୍ଲକ୍‌ ଅଧ୍ୟକ୍ଷା ଲକ୍ଷ୍ମୀ କୁମାରୀ ହନ୍ତାଳ, ଲମତାପୁଟ ତହସିଲଦାର ସ୍ନେହପ୍ରଭା ମାଝୀ,ସରପଞ୍ଚ ଚଞ୍ଚଳାଶିଶା ପହଞ୍ଚିଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ଓ ଅନ୍ୟମାନେ ମୃତକଙ୍କ ପରିବାରକୁ ସମଦେବନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି।