ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଜଣେ ମା ନିଜର ପାଞ୍ଚ ପିଲାଙ୍କ ସହ ଗଙ୍ଗା ଭିତରକୁ ଡେଇଁ8ପଡିଥିବା ନେଇ ସୂଚନା ମିଳିଛି ହେଲେ ମା ପହଁରି କୂଳକୁ ପଳାଇଆସିଥିଲେ ମଧ୍ୟ କିନ୍ତୁ ସମସ୍ତ ପିଲା ବୁଡ଼ି ଯାଇଥିବା ଜଣାପଡିଛି |
ରବିବାର ସକାଳେ ଭଦୋହି ଜିଲ୍ଲାର ଗଙ୍ଗା ଘାଟରେ ଜଣେ ମହିଳା ପାଞ୍ଚ ପିଲାଙ୍କ ସହ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗଙ୍ଗା ଭିତରକୁ ଡେଇଁ ପଡିଥିଲେ। ମହିଳା ଜଣକ ପହଁରି କୂଳକୁ ଚାଲି ଆସିଥିଲେ ମଧ୍ୟ, କିନ୍ତୁ ପାଞ୍ଚ ପିଲା ବୁଡ଼ି ଯାଇଥିଲେ। ବୁଡି ଯାଇଥିବା ପାଞ୍ଚ ପିଲାଙ୍କ ମଧ୍ୟରେ ତିନି ଝିଅ ଏବଂ ଦୁଇ ପୁଅ ଥିବା ଜଣାପଡିଛି । ଗ୍ରାମବାସୀଙ୍କୁ ପଚାରିବାରେ ମହିଳା ଜଣକ କହିଥିଲେ ଯେ ମୁଁ ପିଲାମାନଙ୍କୁ ବୁଡ଼ାଇ ଦେଇଛି।
ସୂଚନା ଅନୁସାରେ ଗୋପିଗଞ୍ଜ ପୋଲିସ ଷ୍ଟେସନ ଅନ୍ତର୍ଗତ ଜାହାଙ୍ଗୀରବାଦ୍ ଗାଁର ବାସିନ୍ଦା ମ୍ରିଦୁଲ ଯାଦବ ଓରଫ ମୁନ୍ନାଙ୍କ ପତ୍ନୀ ମଞ୍ଜୁ ଯାଦବ (୩୬) ବିଳମ୍ବିତ ରାତିରେ ତାଙ୍କ ପାଞ୍ଚ ସନ୍ତାନ ଶିବ ଶଙ୍କର (୬) କେଶବ ପ୍ରସାଦ (୩), ଆରତୀ (୧୧), ସରସ୍ୱତୀ (୭) ଏବଂ ମତେଶ୍ୱରୀ (୫)ଙ୍କ ସହ ଜାହାଙ୍ଗୀରବାଦ ଘାଟରେ ପହଞ୍ଚି ପାଞ୍ଚ ପିଲାଙ୍କୁ ନେଇ ଗଙ୍ଗା ନଦୀ ଭିତରକୁ ଡେଇଁପଡିଥିଲା।
ସକାଳେ ଘାଟରେ ବସିଥିବା ମହିଳାଙ୍କୁ ଯେତେବେଳେ ସମସ୍ତ କଥା ଗ୍ରାମବାସୀ ପଚାରିଥିଲେ, ସେ କହିଥିଲେ ଯେ ମୁଁ ମୋର ପାଞ୍ଚ ପିଲାଙ୍କୁ ଗଙ୍ଗାରେ ବୁଡ଼ାଇ ଦେଇଛି। ପିଲାମାନଙ୍କର ପିତା ମ୍ରିଦୁଲ ଯାଦବଙ୍କ ଅନୁଯାୟୀ ସେ ଗତକାଲି ରାତିରେ ଜଣେ ସମ୍ପର୍କୀୟଙ୍କ ସହ ଝାଡଖଣ୍ଡ ଯାଇଥିଲେ। ସୂଚନା ପାଇବା ପରେ ସେ ଶୀଘ୍ର ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ।