ମାଓ ସଂଗଠନର ଆକ୍ରମଣ ମାଷ୍ଟର ମାଇଣ୍ଡ ପାପା ରାଓ ମୃତ

ମାଲକାନଗିରି,ଏନ୍ଏନ୍ଏସ୍ : ଛତିଶଗଡ଼ ରାଜ୍ୟର ମାଓ ଆକ୍ରମଣ ମୂଖ୍ୟ ତଥା ମାଷ୍ଟରମାଇଣ୍ଡ ପାପା ରାଓଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏହି ଖବର ନେଇ କୌଣସି ଅଧିକାରୀ ସ୍ପଷ୍ଟ କରି ନାହାନ୍ତି। ଗତ ୪ ଦିନ ଧରି ସେ ଅସୁସ୍ଥ ଥିବାରୁ ତାଙ୍କ ଶ୍ୱଶୂର ଘର ସରପଂଚପାରା ଗ୍ରାମରେ ରହିଥିଲେ। ସେ ବହୁ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳିଛି। ଏଥିପୂର୍ବରୁ ସର୍ପଦଂଶଗ୍ରାମରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। କିନ୍ତୁ ପରେ ଏହା ଅସତ୍ୟ ବୋଲି ଜଣାପଡ଼ିଥିଲା।

ମାଓ ନେତା ରାମାନ୍ନାଙ୍କ ମୃତ୍ୟୁ ପରେ ତାଙ୍କ ଡାହାଣ ହାତ କୁହାଯାଉଥିବା ପାପା ରାଓଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ଏହା ମାଓ ସଂଗଠନ ପ୍ରତି ଶକ୍ତ ଧକ୍କା ବୋଲି କହାଯାଉଛି। ତାଡ଼ିମେଟଲା ନିକଟରେ ମାଓ ଆକ୍ରମଣରେ ୭୬ ଜବାନଙ୍କ ଶହୀଦ ଘଟରାରେ ତାଙ୍କର ହାତ ଥିବା କୁହାଯାଉଛି। ତାଙ୍କ ଘର କିସ୍ତାରାମ ଥାନା ଅନ୍ତର୍ଗତ ନିର୍ମଳଗୁଣ୍ଡା ଗ୍ରାମରେ ବୋଲି ଜଣାପଡ଼ିଛି। ବସ୍ତର ଜିଲ୍ଲାରେ ଗତ ୨୦୧୦ ମସିହାଠାରୁ ଘାଟିରେ ବଡ଼ ବଡ଼ ମାଓ ହିଂସାରେ ଜଡ଼ିତ ଥିଲା। ସେ ମାଓବାଦୀଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲା। ତାଙ୍କ ନାମରେ ଛତିଶଗଡ଼ ସରକାର ୨୫ ଲକ୍ଷ ଟଙ୍କା ପୁରସ୍କାରରାଶି ଘୋଷଣା କରିଥିଲେ।