ବାଷଠି ପରେ ସବୁଠୁ ଖରାପ ପରିସ୍ଥିତି : ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ଏବେ ସବୁଠୁ ଗମ୍ଭୀର ସ୍ଥିତି ଦେଇ ଗତି କରୁଛନ୍ତି। ଏକ ସାକ୍ଷାତକାରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏପରି ବୟାନ ଦେଇଛନ୍ତି।୧୯୬୨ ପରେ ସୀମାରେ ନିଶ୍ଚିତରୂପେ ଅଧିକ ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଛଇ। ୪୫ ବର୍ଷ ପରେ ପ୍ରଥମଥର ପାଇଁ ଚୀନ ସୀମାରେ ଯବାନ ସହିଦ ହୋଇଛନ୍ତି। ଏଲଏସିରେ କେବେ ବି ଉଭୟ ପକ୍ଷରୁ ଏତେ ମାତ୍ରାରେ ସୈନିକ ମୁତୟନ ହୋଇନାହାନ୍ତି।

ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି କି, ଚୀନ ସହ ଆମର ରାଜନୈତିକ ଓ ସୈନିକ ଉଭୟ ମାଧ୍ୟମରେ ଆଲୋଚନା ଚାଲିଛି। କିନ୍ତୁ ଏକତରଫା କୌଣସି ସମସ୍ୟାର ବିକଳ୍ପ ବାହାରିବ ନାହିଁ। ସେଥିପାଇଁ କୌଣସି ସମସ୍ୟାର ସମାଧାନ କାଢ଼ିବାକୁ ହେଲେ ସମସ୍ତ ପ୍ରକାର ସହମତି ଓ ଚୁକ୍ତିକୁ ସମ୍ମାନ ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ଭାରତ ଚୁକ୍ତି ଓ ନିୟମ ଅନୁସାରେ ସମାଧାନ କରିବାକୁ ଗୁରୁତ୍ୱ ଦେଇଛି।