ମୋରୁ କରି ବା ବଟର ମିଲ୍କ କରି

ମୋରୁ କରି ଏକ ମାଲାୟଲି ଡିଶ୍। କିଛି ଲୋକ ଏହାକୁ ବଟର ମିଲ୍କ କରି ମଧ୍ୟ କହନ୍ତି। ମାତ୍ର ୨୦ରୁ ୩୦ ମିନିଟ୍ରେ ଏହି ଡ଼ିଶ୍ ପ୍ରସ୍ତୁତ ହୋଇପାରିବ। ଆପଣ ଏହାକୁ ଲଞ୍ଚ୍ ବା ଡ଼ିନର୍ ପାଇଁ ପ୍ରସ୍ତୁତ କରି ପାରିବେ।

ସାମଗ୍ରୀ :

ମିର୍ଚି ପାଉଡ଼ର – ୧ ଚାମଚ, ମେଥି ଦାନା – ୧/୪ ଚାମଚ, ଶୁଖିଲା ଲଙ୍କା – ୨ଟି, ହଳଦୀ – ୧/୨ ଚାମଚ, କୋରା ଯାଇଥିବା ନଡ଼ିଆ – ୧/୨ ଚାମଚ, ସୋରିଷ – ୧/୨ ଚାମଚ, ଦହି – ୧ ଚାମଚ, ଜିରା – ୧ ଚାମଚ, ଭୁର୍ସଙ୍ଗ ପତ୍ର, ଆବଶ୍ୟକତା ଅନୁସାରେ ଲୁଣ, ରସୁଣ – ୨ ପାଖୁଡ଼ା, ପାଣି ୧/୪ କପ୍।

ପ୍ରଣାଳୀ :

ପ୍ରଥମେ ନଡ଼ିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ। ନଡ଼ିଆ ଖଣ୍ଡକୁ କଞ୍ଚା ଲଙ୍କା, ଅଦା, ଲବଙ୍ଗ, ଜିରା, ହଳଦୀ ପାଉଡ଼ର ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏକ ବ୍ଲେଚରରେ ଦହିକୁ ବ୍ଲେଡ଼ କରି ବଟର ମିଲ୍କ ପ୍ରସ୍ତୁତ କରନ୍ତୁ। ଏବେ କଡ଼େଇରେ ସୋରିଷ ତେଲ ଗରମ କରି ମେଥି ଦାନା ପକାନ୍ତୁ। ମେଥି ହାଲୁକା ରେଡ଼୍ କଲର୍ ହେବା ପରେ ଏଥିରେ ଭୁର୍ସଙ୍ଗ ପତ୍ର ଓ ଲାଲ୍ ମିର୍ଚି ପାଉଡ଼ର ପକାନ୍ତୁ। ଏଥିରେ ପ୍ରସ୍ତୁତ ପେଷ୍ଟ ପକାଇ ଧୀମା ଆଞ୍ଚରେ କ୍ରମାଗତ ଚଲାଉଥାନ୍ତୁ। ସବୁ ଜିନିଷ ଭଲ ଭାବରେ ମିଶି ଯିବା ପରେ ଏଥିରେ ବଟର ମିଲ୍କ ପକାନ୍ତୁ ଓ ଏହା ଗାଢ଼ ଦେଖାଯିବା ଯାଏ। କରି ଗାଢ଼ ହେବା ପରେ ଏଥିରେ ଲୁଣ ଓ ଅଳ୍ପ ପାଣି ଦେଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍ ଉପରେ ରଖନ୍ତୁ। ଏବେ ମୋରୁ କରି ପ୍ରସ୍ତୁତ ହୋଇଗଲା। ଗରମ ଗରମ ଖାଇବାକୁ ଦିଅନ୍ତୁ।