କୁବେର ପିଏସଙ୍କ ପାଖରୁ ମିଳିଲାଣି ଦେଢ଼ କୋଟିରୁ ଊଦ୍ଧ୍ୱର୍ ସମ୍ପତ୍ତି

  • ଭୁବନେଶ୍ୱର: ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କ ପାଖରୁ ମିଳିଛି ପୁଳା ପୁଳା ଟଙ୍କା। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ମିଳିସାରିଲାଣି। ସେଥିରେ ନଗଦ ୨୫ ଲକ୍ଷରୁ ଅଧିକ ଟଙ୍କା, ଦେଢ଼ କେଜି ସୁନା, ରୁପା ଅଳଙ୍କାର ଓ ପ୍ଲଟ୍ ରହିଛି। ଏବେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ? ଷ୍ଟାଫ୍ ସିଲେକ୍ସନ ଜରିଆରେ ନିଯୁକ୍ତିରେ ଅର୍ଥ କାରବାର ହେଉଛି କି? ଚାକିରି ପାଇଁ ପ୍ରାର୍ଥୀଙ୍କଠାରୁ ଟଙ୍କା ଆଦାୟ କରାଯାଉଛି କି? ଯଦି ହଁ, ତେବେ ଏଥିରେ କେବଳ ପିଏସ୍ ବିରଞ୍ଚି ସମ୍ପୃକ୍ତ ନା ଉପର ଅଧିକାରୀଙ୍କ ସମ୍ପୃକ୍ତି ରହିଛି? ଏ ଚେର ଆଉ କୁଆଡ଼େ କୁଆଡ଼େ ଯାଇଛି?
    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚି ସାହୁଙ୍କ ଭୁବନେଶ୍ୱରସ୍ଥିତ ନୀଳାଦ୍ରୀବିହାର ବାସଭବନ, କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଆଖି ଖୋସି ଦେଲା ଭଳି ସପତ୍ତି ଠାବ ହୋଇଥିଲା। ଆଜି ସକାଳୁ ସନ୍ଧ୍ୟା ଯାଏଁ ଗଣତିରୁ ୩ କୋଟି ୭୯ ଲକ୍ଷର ସପତ୍ତି ମିଳିଛି। ମିଳିଲାଣି ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଗହଣା। ଜବତ ସୁନା ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏଥିସହ ପିଏସ୍ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ, ଦୁଇ ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ ଠାବ ହୋଇଛି। ଏବେ ମଧ୍ୟ ପିଏସ୍ଙ୍କ ଘରେ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଜବତ ୨୫ ଲକ୍ଷ ଟଙ୍କା ଭିତରୁ ବିରଞ୍ଚିଙ୍କ ଘରୁ ୧୨ ଲକ୍ଷ ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଛି। ଏପରିକି ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବିରଞ୍ଚି ଝରକାରେ ଟଙ୍କା ବିଡ଼ା ଫିଙ୍ଗି ଦେଇଥିବା ଆଲୋଚନା ହେଉଛି।
    ତେବେ ଭିଜିଲାନ୍ସ ଏସପି କରିଛନ୍ତି, ବିରଞ୍ଚିଙ୍କର ଏତେ ଦରମା ନଥିବାରୁ ଏହା ନିଶ୍ଚିତ ଭାବେ ଅସାଧୁ ଅର୍ଜନ। ତେଣୁ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଚାଲିଛି। ପିଏସ୍ ବିରଞ୍ଚି ସାହୁଙ୍କର ଭୁବନେଶ୍ୱର ସମେତ କଟକରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ୬ଟି ସ୍ଥାନରେ ହୋଇଥିବା ରେଡ୍ରେ ଭିଜିଲାନ୍ସ ଏସ୍ପିଙ୍କ ସହ ୪ ଜଣ ଡିଏସ୍ପି, ୧୩ଜଣ ଇନସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ଥିଲେ।c