ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ସାଙ୍ଘାତିକ ହେଉଛି କୋରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୯ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏଥି ସହିତ ଦେଶରେ ୨ ଲକ୍ଷ ୭୬ ହଜାର ପାର ହୋଇଛି ମୋଟ ସଂକ୍ରମଣ ସଂଖ୍ୟା। ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୧୪୬ ଥିବା ବେଳେ ୭ ହଜାର ୭୫୦ ଜଣ ମୃତ୍ୟୁବରଣ କଲେଣି। ସେପଟେ ଏହି ମହାମାରୀରୁ ୧ ଲକ୍ଷ ୩୪ ହଜାର ୬୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସାରା ଦେଶରେ ଏବେ ୧ ଲକ୍ଷ ୩୩ ୭୨୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ଦେଖିବାକୁ ଗଲେ ଦେଶରେ ମହାରାଷ୍ଟ୍ର ଓ ତାମୁଲନାଡୁରେ କରୋନା ସ୍ଥିତି ଅଧିକ ସଙ୍ଗୀନ ରହିଛି। ସେହିପରି ବିଶ୍ୱରେ ୪ ଲକ୍ଷ ୧୩ ହଜାର ଲୋକଙ୍କୁ କୋଭିଡରେ ମୃତ୍ୟୁ ହୋଇଛି। ୭୩ ଲକ୍ଷ ୧୨ ହଜାର ଛୁଇଁଲାଣି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକାରେ ସ୍ଥିତି ଅଣାୟତ୍ତ ହେଉଛି।