କରୋନା ଭୂତାଣୁରେ ଦେଶରେ ଗଲାଣି ୫ହଜାରରୁ ଊର୍ଦ୍ଧ୍ୱ ଜୀବନ, ୨୨ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ଵରେ ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭୂତାଣୁ। ଏହି ମହାମାରୀ କବଳରେ ଏବେ ସାରା ଦେଶ। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ। ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୬୦୯ରେ ପହଞ୍ଚିଥିବା ବେଳେ ୫ ହଜାର ୪୦୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଏହି ରୋଗରୁ ୯୧ ହଜାର ୮୫୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଦେଶରେ ଏ ଯାଏଁ ୯୩ ହଜାର ୩୪୯ଟି ଆକ୍ଟିଭ୍ କେସ୍ ରହିଛି। ସେପଟେ ୮ ହଜାର ୯୪୪ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ତେବେ ଦେଖିବାକୁ ଗଲେ ଦେଶରେ ଏଯାଏଁ ୩,୭୩୭,୦୨୭ ସାମ୍ପୁଲ ଟେଷ୍ଟ ହୋଇଛି।