ଦେଶରେ ଆଜି ଦିନକରେ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ, ୫୫୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କରୋନା ଭାରତରେ ଭୟଙ୍କର ହେଉଛି। ଆଜି ଦିନକରେ ପୁଣି ଦେଶରୁ ୨୮ ହଜାର ୬୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୪୯,୫୫୩କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ଦେଶରେ କରୋନା ୫୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୨,୬୭୪ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୩୪ ହଜାର ୬୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୯୨ ହଜାର ୨୫୮ ଜଣ ସକ୍ରିୟ ଅଛନ୍ତି। ଏବେ ୨ ଲକ୍ଷ ୯୨ ହଜାର ୨୫୮ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।