ଲକଡାଉନ ପାଇଁ ଆନ୍ଧ୍ର ପ୍ରଦେଶରେ ଫସିରହିଛନ୍ତି ୨୫ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ 

କଳାହାଣ୍ଡି,ଏନ୍ଏନ୍ଏସ୍: କରୋନା ଲକଡାଉନ ପାଇଁ କଳାହାଣ୍ଡି ଜିଲ୍ଲାର ୨୫ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିରହିଛନ୍ତି। ଏ ନେଇ ସୋସିଆଲ ମିଡ଼ିଆ ମାଧ୍ୟମରେ ଘର ବାହୁଡ଼ା ପାଇଁ ନିବେଦନ। ଆନ୍ଧ୍ର ପ୍ରଦେଶର ଆଚ୍ୟୁତପୁରମ ଠାରେ ଭୋକ ଉପାସରେ ଫସି ରହିଛନ୍ତି।

ଶ୍ରମିକମ।ନେ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେ କମ୍ପାନୀ ୨ମାସର ଦରମାଦେଇନଥିବା ବେଳେ ବର୍ତ୍ତମାନ ଶ୍ରମିକମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରି ନାହିଁ। ଫଳରେ ଦୟନୀୟ ଅବସ୍ଥାରେପଡିରହିଛନ୍ତି ଏହି ଶ୍ରମିକ ମାନେ।ଜୁନାଗଡ଼, ଗୋଲାମୁଣ୍ଡା, କେସିଙ୍ଗା ବ୍ଲକ ୨୫ ଦାଦନ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାର ପାଇଁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।