ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୩ କରୋନା ଆକ୍ରାନ୍ତ, ଖୋଦ୍ଧାରୁ ୩ ଚିହ୍ନଟ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଓଡ଼ିଶାରେ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ସକାଳେ ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୬୫ ଜଣ ଆକ୍ଟିଭ ଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ଏହି ପରିପ୍ରେକ୍ଷୀରେ ପୁଣି ଖୋର୍ଦ୍ଧା ଅଞ୍ଚଳରେ ୩ଟି ପଜିଟିଭ କେସ୍ ଦେଖାଯାଇଛି। ସେହିପରି ଗଞ୍ଜାମରୁ ୪୨ ଜଣ, ଭଦ୍ରକରୁ ୯ ଜଣ, ଯାଜପୁରରୁ ୧୭ଜଣ ଓ ସୁନ୍ଦରଗଡ଼ରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଏବଂ ବାଣପୁର ଅଂଚଳରୁ ୩ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପଜେଟିଭ ମାନେ ସମସ୍ତେ ସୁରଟ ଫେରନ୍ତା ପ୍ରବାସୀ ବୋଲି ଜଣାପଡିଛି । ପଜେଟିଭ ଜଣାପଡିବା ପରେ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାଯାଇଛି ।