ଜୁଲାଇ ୨୦ରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହେବ । ସଂସଦୀୟ ମାମଲାର କ୍ୟାବିନେଟ ସମିତି ଅଧିବେଶନ ତାରିଖ ଉପରେ ମୋହର ଲଗାଇ ଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୀସୀପିଏ ବୈଠକରେ ତାରିଖକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ମୌସୁମୀ ଅଧିବେସନରେ କେନ୍ଦ୍ରର ମୋଦୀ ସରକାର ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ବିଲ ଆଗତ କରିପାରେ । ୨୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୧୭ଟି ବୈଠକ ହେବ ।