ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ନବୀନ ନିବାସରୁ ଭିଡିଓ କନଫ୍ରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଅଧିବେସନରେ ଯୋଗ ଦେଇଛନ୍ତି। ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ସହିଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଲୋକସେବା ଭବନରେ ୬ଜଣ ବିଧାୟକ ଉପସ୍ଥିତ ରହିଛନ୍ତି।