ଅଲିମ୍ପିକ୍ସରେ ଓଡିଆ ଆଥଲେଟ ପଦକ ବିଜେତାମାନଙ୍କ ପାଇଁ ଓଓଏର ଆର୍ଥିକ ପୁରସ୍କାର ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ମାସ ଶେଷ ସୁଦ୍ଧା ଟୋକିଓ ଅଲିମ୍ପିକ୍ସରେ ଓଡିଆ ଆଥଲେଟ ପଦକ ବିଜେତାମାନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ) ନଗଦ ପୁରସ୍କାର ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜଣେ ଆଥଲେଟ୍ ଯଦି ସ୍ୱର୍ଣ୍ଣ ପଦକ ବିଜୟୀ ହୁଅନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ସେହିଭଳି ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଥିବାବେଳେ ବ୍ରୋଞ୍ଜ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ମିଳିବ।

ଜୁଲାଇ ୨୩ ରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଓଡିଶାର ପ୍ରାୟ ୬ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ଏବଂ ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ଖେଳାଳିଙ୍କୁ ପ୍ରୋତ୍ସାହନ ତଥା ଉନ୍ନତି କରିବା ପାଇଁ ପୁରସ୍କାର ଘୋଷଣା କରାଯାଇଛି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ଏହି ମେଗା ଇଭେଣ୍ଟରେ ଭାଗ ନେଉଥିବା ୬ ଜଣ କ୍ରୀଡ଼ାବିତ୍ ହେଉଛନ୍ତି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ (ପୁରୁଷ ହକି); ଦୀପ ଗ୍ରେସ୍ ଏକ୍କା, ନମିତା ଟପ୍ପୋ (ମହିଳା ହକି); ଦୂତି ଚାନ୍ଦ (ବ୍ୟକ୍ତିଗତ ୧୦୦ ମିଟର ଏବଂ ୨୦୦ ମିଟର) ଏବଂ ପ୍ରମୋଦ ଭାଗବତ (ପାରାଲିମ୍ପିକ୍ସ)।

ତେବେ ଏହାପୂର୍ବରୁ ଓଡିଶା ସରକାର ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ରୂପା ଏବଂ ବ୍ରୋଞ୍ଜ ପଦକ ବିଜେତାମାନଙ୍କ ପାଇଁ ନଗଦ ପୁରସ୍କାର ଯଥାକ୍ରମେ ୪ କୋଟି ଏବଂ ୨.୫ କୋଟି ଟଙ୍କା ମିଳିବ।